In English

“SHRADDHA” brand for promotion of handloom and increasing the earning of the handloom weavers substantially

Branding is a mechanism for generating trust and winning confidence of the buyers for any good or services. It helps to increase the demand for any product, expanding the buyer’s base and attracting new ones. Handloom fabrics face constraints related to quality, dyeing, weaving, designing, and consistency, which is typical to product of the unorganized sector. This affects winning the confidence of the buyers, leading to lowering the demand and earnings of the weavers. Branding helps in overcoming this and assuring the buyers about the quality of the product, in turn inspiring the buyers to purchase the product.
Branding acquires critical importance in case of e-commerce, as the buyer has to make the decision and put the money in without feeling and touching the product. Buyers do not like the hassles arising due to inferior quality like bleeding of color, shrinking, size being lesser than normal after purchase. Such problems are overcome by branding which assures the buyer about quality.
SHRADDHA NGO is dedicated to promoting handloom on a sustainable long-term basis. It is guided by people having decades long expertise in handloom namely Dr Sanjay Kumar Panda, Shri Bijan Behari Pal and Shri Surendra Kumar Patra, among others. They are people of sound technical knowledge in the handloom sector with well-known credibility. Their involvement provides the handloom products endorsed by SHRADDHA with the advantages of gaining the trust and confidence of the buyers.
The branding process requires the producer (either individual weaver or group of weavers) to make a request to SHRADDHA agreeing with / adhering to its ethical principles. On receipt of the request, details about the producer will be verified by the SHRADDHA team. After the facts are established, the applicant will be required to execute an agreement with SHRADDHA.
Thereafter details of the concerned weaver will be hosted on the Shraddha website. In case any complaint is received about quality of a product sold by the branded weaver, same will be verified. If the complaint is established, the weaver will be required to replace the fabrics or refund the amount. In the event of repeated defaults, the branding will be withdrawn. The branding process will be voluntary and will be operated in good faith.
Branding is expected to empower and enable the weaver to sale his/her produce directly to the consumer, which will reduce the cost of transaction and increase the earning.

In Odia

ବୁଣିଥିବା ଲୁଗା ଉଚିତ୍ ଦାମରେ ବିକ୍ରୀକରି ନିଜର ଆୟବୃଦ୍ଧି କରିବା ପାଇଁ “ବ୍ରାଣ୍ଡିଂର ଆବଶ୍ୟକତା

କୌଣସି ବସ୍ତୁ ବା ସେବା କିଣିବା ପୂର୍ବରୁ, ଗ୍ରାହକ ତାହାର ଗୁଣ, ମାନ, ତଥା ଦାମ ଆଦି ବିଷୟ ଜାଣିବାକୁ ଚାହେଁ। ଏହା ହସ୍ତତନ୍ତ ବସ୍ତ୍ର କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ। ବୁଣାକାରମାନଙ୍କର ଆୟ ବୃଦ୍ଧି ପାଇଁ ଉଚ୍ଚ ମାନ, ନୂଆ ରଙ୍ଗ, ଓ ନୂଆ ଡିଜାଇନ୍ରର ଗ୍ରାହକ ମନ ପସନ୍ଦର ଲୁଗା ବୁଣିବା ଆବଶ୍ୟକ। ବୁଣାକାରମାନେ ବୁଣିଥିବା ଲୁଗା ସାଧାରଣତଃ ପ୍ରାଥମିକ ବୁଣାକାର ସମିତି ଅଥବା ସ୍ଥାନୀୟ ଲୁଗା ବ୍ୟବସାୟୀଙ୍କ ମାଧ୍ୟମରେ ବିକ୍ରୀ କରିଥାନ୍ତି। ଏହା ଫଳରେ, ବିକ୍ରୀଦାମର ଏକ ବଡ଼ ଅଂଶ ବିକ୍ରି କରୁଥିବା ବ୍ୟବସାୟୀ ବା ଅନୁଷ୍ଠାନ ପାଖରେ ରହେ ଏବଂ ବୁଣାକାର ମାନଙ୍କର ଆୟ ସୀମିତ ରହେ। ନିଜର ଆୟ ବଢ଼ାଇବା ନିମନ୍ତେ ଗ୍ରାହ କମାନଙ୍କ ସହ ସିଧା ସଳଖ ଯୋଗାଯୋଗ କରି, ଲୁଗା ବିକ୍ରୀ କରିବା ବାଞ୍ଛନୀୟ। ଏକବିଂଶ ଶତାବ୍ଦୀରେ ଇଣ୍ଟରନେଟ ବ୍ୟବହାର କରି ଯୋଗାଯୋଗ କରିବା ବ୍ୟାପକ ଭାବେ ପ୍ରସାରିତ ହୋଇଅଛି। ୨୦୨୦-୨୦୨୧ ବର୍ଷରେ କରୋନା ମହାମାରୀର ପ୍ରତିକାର ନିମନ୍ତେ, ଗାଁ ଗହଳରେ ମୋବାଇଲ୍ ଫୋନରେ ଥିବା “ଆପସ” ମାଧ୍ୟମରେ, ବିକା କିଣା ସର୍ବସାଧାରଣଙ୍କ ମଧ୍ୟରେ ବହୁଳ ପରିମାଣରେ ପ୍ରଚଳନ ହେଲା। ବୁଣାକାରମାନଙ୍କୁ ବୁଣିଥିବା ଲୁଗା ବିକ୍ରୀ କରିବା ପାଇଁ, ଏହି ବ୍ୟବସ୍ଥାର ଲାଭନେଇ ଆଗେଇବାକୁ ହେବ। ଇଣ୍ଟରନେଟ୍ ବ୍ୟବହାର କରି କିଣିବା ସମୟରେ, ଗ୍ରାହକ ମୁଖ୍ୟତଃ ଲୁଗାର ଫଟୋ ଦେଖି ଓ ପଢ଼ି କିଣିଥାଏ। ଲୁଗାଟିକୁ ହାତରେ ଧରିବା ବା ଦେଖିବା ସମ୍ଭବ ହୋଇ ନ ଥାଏ। ତେଣୁ ଲୁଗାର ଗୁଣ ମାନ ବିଷୟରେ, ଗ୍ରାହକ ମନରେ ସନ୍ଦେହ ରହିଯାଏ। ଏହି ସନ୍ଦେହକୁ ଦୂର କରି ଗ୍ରାହକ ମନରେ ଉତ୍ପାଦିତ ଲୁଗା ବିଷୟରେ ବିଶ୍ୱାସ ଜନ୍ମାଇବା ପାଇଁ, “ବ୍ରାଣ୍ଡିଙ୍ଗ” ଗୋଟିଏ ବିଶେଷ ସହାୟକ ବ୍ୟବସ୍ଥା। ହସ୍ତତନ୍ତ୍ ଶିଳ୍ପର ବିକାଶ କ୍ଷେତ୍ରରେ ଦୀର୍ଘ ଦିନର ଅନୁଭୂତି ଥିବା ଶ୍ରୀ ସଞ୍ଜୟ କୁମାର ପଣ୍ଡା, ଶ୍ରୀ ବିଜନ ବିହାରୀ ପାଲ୍ ଓ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ସହାୟତାରେ ପରିଚାଳିତ “ଶ୍ରଦ୍ଧା ସ୍ଵେଚ୍ଛାସେବୀ ଅନୁଷ୍ଠାନ” ତରଫରୁ ହସ୍ତତନ୍ତ୍ ବୁଣାକାରମାନଙ୍କର ସର୍ବାଙ୍ଗୀନ ଉନ୍ନତିପାଇଁ ଏକାଧିକ ପଦକ୍ଷେପ ନିଆ ଯାଉଅଛି, ଯାହା ମଧ୍ୟରୁ “ବ୍ରାଣ୍ଡିଙ୍ଗ” ପ୍ରକ୍ରିୟା ଅନ୍ୟତମ। ଏହି ବ୍ୟବସ୍ଥାର ଲାଭ ହେବାପାଇଁ ଇଛୁକ ବୁଣାକାରମାନଙ୍କୁ, ଲୁଗା ବୁଣା ଓ ବିକ୍ରୀ ବିଷୟରେ “ଶ୍ରଦ୍ଧା ସ୍ଵେଚ୍ଛାସେବୀ ଅନୁଷ୍ଠାନ” ସହ ଏକ ଚୁକ୍ତିପତ୍ର ସମ୍ପାଦନ କରିବାକୁ ହେବ। ଏହା ପରେ, ସଂପୃକ୍ତ ବୁଣାକାର ଓ ବୁଣିଥିବା ଲୁଗା ବିଷୟରେ ସବିଶେଷ ବିବରଣୀ “ଶ୍ରଦ୍ଧା ସ୍ଵେଚ୍ଛାସେବୀ ଅନୁଷ୍ଠାନର ୱେବସାଇଟ” ରେ ପ୍ରକାଶିତ ହେବ। ଫଳତଃ ହସ୍ତତନ୍ତ ବସ୍ତ୍ର କିଣିବାକୁ ଆଗ୍ରହୀ ଗ୍ରାହକମାନେ ଇଣ୍ଟରନେଟ ମାଧ୍ୟମରେ ବୁଣାକାର ଓ ବୁଣିଥିବା ଲୁଗା ବିଷୟରେ ଅତି ସହଜରେ ଜାଣିପାରିବେ। “ଶ୍ରଦ୍ଧା ସ୍ଵେଚ୍ଛାସେବୀ ଅନୁଷ୍ଠାନ” ଉପରେ ଥିବା ବିଶ୍ଵାସକୁ ଭିତ୍ତିକରି, ଗ୍ରାହକମାନେ ଲୁଗା କିଣିବା ପାଇଁ ଇଣ୍ଟରନେଟ ବ୍ୟବହାର କରି ସଂପୃକ୍ତ ବୁଣାକାରମାନଙ୍କ ସହ ଯୋଗାଯୋଗ କରି ଲୁଗା କିଣିପାରିବେ । ଏହାଫଳରେ ସଂପୃକ୍ତ ବୁଣାକାରମାନେ ବିଶେଷ ଭାବେ ଲାଭାନ୍ଵିତ ହେବେ।